ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ାରେ ଜାତୀୟ ମାନବାଧିକାର ମୌଳିକ ପରିଷଦ ଭାରତର ପ୍ରଥମ ସାଧାରଣ ବୈଠକ

ନିମାପଡ଼ା,(BT )୧୩/୦୯: ଜାତୀୟ ମାନବାଧିକାର ମୌଳିକ ପରିଷଦ ଭାରତ ପକ୍ଷରୁ ରବିବାର ପୁରୀ ଜିଲ୍ଲାର ନିମାପଡ଼ାସ୍ଥିତ ଶ୍ରୀରାମ ମଣ୍ଡପଠାରେ ପ୍ରଥମ ସାଧାରଣ ବୈଠକ ଓ ସଦସ୍ୟମାନଙ୍କ ପରିଚୟପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସଂଗଠନର ସଦସ୍ୟ ଓ ସଦସ୍ୟାମାନେ ଯୋଗଦେଇଥିଲେ।

ସଂଗଠନର ସମ୍ପାଦକ ଶ୍ରୀଯୁକ୍ତ ନୃସିଂହ ଚରଣ ମାନସିଂହଙ୍କ ସଭାପତିତ୍ୱରେ ବୈଠକ ପରିଚାଳିତ ହୋଇଥିଲା। ସଂଗଠନର ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଦାସ ମାନବାଧିକାରର ଗୁରୁତ୍ୱ, ମାନବାଧିକାର ସୁରକ୍ଷା, ନ୍ୟାୟ ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରିଥିଲେ। ସଂଗଠନର ଅଧ୍ୟକ୍ଷା ଡା. ଶ୍ରୀମତୀ ସ୍ୱର୍ଣ୍ଣମୟୀ ରାଉତ ମଧ୍ୟ ନିଜର ଅଭିଭାଷଣ ରଖିଥିଲେ।

ଏହି ଅବସରରେ ରାଜ୍ୟ ମହିଳା ସଭାପତି ଡା. ସୌଦାମିନୀ ଦାସ, ରାଜ୍ୟ ବରିଷ୍ଠ ନାଗରିକ ବିଭାଗ ମୁଖ୍ୟ ଶ୍ରୀ ଟି. ବିଜୟ ରାଓ, ରାଜ୍ୟ ଉପାଧ୍ୟକ୍ଷା ଶ୍ରୀମତୀ ରୀତା ଷଡ଼ଙ୍ଗୀ, ରାଜ୍ୟ ଆଇନ ବିଭାଗର ଶ୍ରୀମତୀ ପ୍ରମିଳା ମହାରାଜ, ରାଜ୍ୟ ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଲକ୍ଷ୍ମୀଧର ପ୍ରଧାନ, ଜଗତସିଂହପୁର ଜିଲ୍ଲା ସଭାପତି ଶ୍ରୀ ଅକ୍ଷୟ ଦଳାଇ, କଟକ ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ସନ୍ଧ୍ୟାରାଣୀ ଶତପଥୀ ଓ ଖୋର୍ଦ୍ଧା ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ଅରୁଣା ପଟ୍ଟାୟକ ପ୍ରମୁଖ ଯୋଗଦେଇଥିଲେ।

ବକ୍ତାମାନେ ମାନବାଧିକାର ସୁରକ୍ଷା, ଆଇନଗତ ସଚେତନତା, ସାମାଜିକ ନ୍ୟାୟ, ମହିଳା ଓ ବରିଷ୍ଠ ନାଗରିକଙ୍କ ଅଧିକାର ତଥା ସାମାଜିକ ଦାୟିତ୍ୱ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ସଂଗଠନର ସହସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ ନାୟକ ସଂଗଠନର ନିୟମ, ଶୃଙ୍ଖଳା ଓ ସଦସ୍ୟମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ମତାମତ ରଖିଥିଲେ। ରାଜ୍ୟ ମହିଳା ଉପସଭାପତି ଶ୍ରୀମତୀ ଜୟାଶ୍ରୀ ପାତ୍ର ସଂଗଠନର ବିଭିନ୍ନ କାର୍ଯ୍ୟକଳାପ ଓ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କିତ ବିବରଣୀ ଉପସ୍ଥାପନ କରିଥିଲେ।

ଜଗତସିଂହପୁର ଜିଲ୍ଲା ମହିଳା ସଭାପତି କୁମାରୀ ମଧୁସ୍ମିତା ପାତ୍ର ମଞ୍ଚ ପରିଚାଳନା କରିଥିଲେ। ବୈଠକରେ ପୁରୀ ଜିଲ୍ଲା ସଭାପତି ଶ୍ରୀମତୀ ବୀଣା ଷଡ଼ଙ୍ଗୀ, ଖୋର୍ଦ୍ଧା ଜିଲ୍ଲାର ଶ୍ରୀମତୀ ସବିତା ପୃଷ୍ଟି, ଯାଜପୁର ଜିଲ୍ଲା ସଭାପତି, ଜଗତସିଂହପୁର ଜିଲ୍ଲାର ବହୁ ସଦସ୍ୟ ଓ ସଦସ୍ୟାଙ୍କ ସମେତ ବିଭିନ୍ନ ଜିଲ୍ଲାର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଏହି ଅବସରରେ ସଂଗଠନର ସଦସ୍ୟ ଓ ସଦସ୍ୟାମାନଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା। ମାନବାଧିକାର ସୁରକ୍ଷା, ଆଇନଗତ ସଚେତନତା ବୃଦ୍ଧି ଓ ଜନସେବା କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ଆହ୍ୱାନ ଦିଆଯାଇଥିଲା।

ସଭା କାର୍ଯ୍ୟକ୍ରମକୁ ସଫଳ କରିବାରେ ନିମାପଡ଼ାର ସଂଗଠନ ସଦସ୍ୟ ଶ୍ରୀଯୁକ୍ତ ସୁଦର୍ଶନ ପ୍ରଧାନ, ଶ୍ରୀଯୁକ୍ତ ଦୀପକ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଓ ସଦସ୍ୟାମାନେ ସହଯୋଗ କରିଥିଲେ।

ଶେଷରେ ସଂଗଠନର ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଦାସ ସଭା ସମାପ୍ତି ଘୋଷଣା କରିବା ସହ ଉପସ୍ଥିତ ସମସ୍ତ ସଦସ୍ୟ, ସଦସ୍ୟା ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ମାନବାଧିକାରର ସୁରକ୍ଷା, ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ଜନସେବା କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରୁଥିବା ସମସ୍ତ ମାନବାଧିକାର କର୍ମୀଙ୍କୁ ସେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *