ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଜଗତସିଂହପୁରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଜଗତସିଂହପୁର ତା ୧୨.୦୯.୨୦୨୬, ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନାଙ୍କ ତତ୍ତ୍ଵାବଧାନରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ପରିବାର ଅଦାଲତ ଜଜ୍ ଶ୍ରୀମତୀ ରଶ୍ମିତା ଦଳେଇ, ଅତିରିକ୍ତ ଜିଲ୍ଲା ଶ୍ରୀ ବିଭୁ ପ୍ରସାଦ ପଣ୍ଡା, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ପ୍ରଜ୍ଞା ପରମିତା ମହାପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ ଶ୍ରୀ ନରୋତ୍ତମ ସେଠୀ, ସବ ଜଜ୍ ଶ୍ରୀ ରାକେଶ କୁମାର ମୁଦୁଲି,ଏସ୍.ଡି.ଜେ.ଏମ୍ ଶ୍ରୀ ପ୍ରତ୍ୟୁଷ କୁମାର ଚାନ୍ଦ, ମୁନଶିଫ ଶ୍ରୀ ସଂକେତ ସାମଲ, ଜେଏମ୍ଏଫ୍ ସି ଶ୍ରୀ ଅଙ୍କିତ ଦେୱାଙ୍ଗନ ଜେ.ଏମ୍ଏସ୍ ସି ଶ୍ରୀୟଙ୍କା ଦାଶ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ । ସେହିପରି କୁଜଙ୍ଗ, ତିର୍ତ୍ତୋଲ ଓ ଏରସମା ତାଲୁକ ଆଇନ ସେବା କମିଟି ପକ୍ଷରୁ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଦୀପ୍ତି ପ୍ରକାଶ ବ୍ରହ୍ମା, ସବ ଜଜ୍ ଶ୍ରୀ ଅବକାଶ ଚୌଧୁରୀ, ଜେଏମଏଫସି ଶ୍ରୀମତୀ ସିଓନା ସିଦ୍ଧାର୍ଥ ମହାରଣା, ଶ୍ରୀ ରାଜେଶ ମିଶ୍ର, ଶ୍ରୀମତୀ ସସ୍ମିତା ଶେଠୀ ଓ ଶ୍ରୀମତୀ ରୋଶ୍ନିବାଲା ସେନାପତିଙ୍କ ଅଧ୍ୟକ୍ଷତାରେ କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର ଓ ଏରସମା ଅଦାଲତରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି I ଦୁର୍ଘଟଣା ଜନିତ ମୋକଦ୍ଦମାର ବିଚାର ପାଇଁ ଉଦିଷ୍ଟ ବେଞ୍ଚରେ ପବ୍ଲିକ୍ ପ୍ରୋସେକ୍ୟୁଟର ତପନ କୁମାର ପାଲ, ଡଃ ଶିବ ଶଙ୍କର ଦାସ ଏବଂ ଆଇନଜିବୀ ଶରତ ଚନ୍ଦ୍ରସାହୁ, ସଭ୍ୟ ଭାବେ ମୋକଦ୍ଦମା ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମୋକଦ୍ଦମା ଯଥା ଫୌଜଦାରି (ସାଲିସ୍ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ରାଜସ୍ଵ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବୈବାହିକ ବିବାଦ ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ସହିତ ଜିଲ୍ଲାରେ ଥିବା ବ୍ୟାଙ୍କ ଋଣ ସମ୍ବନ୍ଧିୟ ପ୍ରାକ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା ହୋଇଛି । ଜିଲ୍ଲାରୁ ମୋଟ ୧୭୮୦ ମାମଲାରୁ ୧୧୦୬ଟି ସଫଳତାର ସହ ଫଇସଲା ହେବା ସହିତ ୪ କୋଟି ୪୮ ଲକ୍ଷ ୮୨ ହଜାର ୪୮୮ ଟଙ୍କା ଆଦାୟ କରାଯାଇଛି । ସେହିପରି ବ୍ୟାଙ୍କ ଋଣ ସମ୍ବନ୍ଧିୟ ପ୍ରାକ ମୋକଦ୍ଦମାରେ ୪୨୩୨ ଟି ମାମଳରୁ ୧୩୩ ଟି ସଫଳତାର ସହ ଫଇସଲା ହେବା ସହିତ ୫୧ ଲକ୍ଷ ୪୪ ହଜାର ୭୯୪ ଟଙ୍କା ଋଣ ଆଦାୟ କରାଯାଇଛି । ଜଗତସିଂହପୁର ଜିଲ୍ଲା ଅଦାଲତ ସମେତ କୁଜଙ୍ଗ, ତିର୍ତୋଲ, ରଘୁନାଥପୁର, ଏରସମା ଅଦାଲତ ଏବଂ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ଯାଳୟରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ଏବଂ ମୋକଦ୍ଦମା ଗୁଡିକର ଫଇସଲା କରାଯାଇ ଟଙ୍କା ଆଦାୟ କରାଯାଇଛି ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *