ସମ୍ବଲପୁର ତା ୦୫.୦୯.୨୦୨୬ (BT)ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ପରିସରରେ ବରେଣ୍ୟ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ‘ ଆବାସିକ ପ୍ରଶିକ୍ଷଣ ଓ ଶିଳ୍ପ ପାଇଁ ଦକ୍ଷତା କେନ୍ଦ୍ର ‘( ରିଷି) ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ସାଂସଦ ତଥା ମାନ୍ୟବର ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶ୍ରୀଯୁକ୍ତ ପ୍ରଧାନ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ନିମନ୍ତ୍ରିତ ସମ୍ମାନିତ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତି, ପାଞ୍ଚୋଟି ପୋଷ୍ୟଗ୍ରାମ ବଡ଼ସିଂହାରୀ, ସାନସିଂହାରୀ, ଚାଉଁରପୁର, କର୍ଡୋଲା, ସାହାଜବାହାଲ ଗ୍ରାମର ଅଧିବାସୀ ଓ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କ ଗହଣରେ ‘ ରିଷି ଭବନ ‘ ର ଶିଳାନ୍ୟାସ କରିଥିଲେ।
ଭିତ୍ତି ପ୍ରସ୍ତର ସ୍ଥାପିତ ହେବା ପରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରା ଯାଇଥିଲା। ଏହି ଅବସରରେ ମୁଖ୍ୟଅତିଥି ‘ Certificate programme of self Healthcare and Wellness’ ଓ ‘AI tools for collaborative learning for training of teachers’ ଦୁଇଟି ପାଠ୍ୟକ୍ରମର ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଧାନ ବୈଷୟିକ କୌଶଳ ଓ ଦକ୍ଷତା ବିକାଶ ମାଧ୍ୟମରେ ଶିକ୍ଷାର ପ୍ରକୃତ ଅଗ୍ରଗତି ସାଧିତ ହୋଇପାରିବ ବୋଲି ତାଙ୍କ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ସଭାମଞ୍ଚରେ ସମ୍ବଲପୁର ଜିଲ୍ଲାପାଳ, ପୋଲିସ୍ ଡି. ଆଇ. ଜି, ପୋଲିସ୍ ସୁପରିଟେନ୍ଣ୍ଡେଣ୍ଟ ତଥା ଏସ୍ . ଏମ୍. ସି କମିଶନର ମଞ୍ଚାସିନ ଥିଲେ। ଏହା ବ୍ୟତୀତ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର, ଭିସୁଟ୍ କୁଳପତି ପ୍ରଫେସର ଦୀପକ ସାହୁ ଓ ଆହୁରି ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ପରିଶେଷରେ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ଚିତ୍ତରଞ୍ଜନ ସାହୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଭାକାର୍ଯ୍ୟକୁ ସଞ୍ଚାଳନ କରିଥିଲେ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ସୁଶ୍ରୀ ବେବୀ ନାଏକ।
ଓଡିଶା ରାଜ୍ୟ ମୂକ୍ତ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ସ୍କିଲ ଲ୍ୟାବ ର ଭିତ୍ତିପ୍ରସ୍ତର ସ୍ଥାପନ
















Leave a Reply