ଗୁରୁଙ୍କୁ ସମ୍ମାନିତ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ନିମାପଡ଼ା:(BT) ପବିତ୍ର ଗୁରୁ ଦିବସ ଅବସରରେ ନିମାପଡ଼ାରେ ଆୟୋଜିତ ହୋଇଯାଇଛି ‘ପୂଜ୍ୟ ପୂଜା ସମାରୋହ-୨୦୨୬’। ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସମାରୋହରେ ବ୍ଲକ୍ର ବହୁ ସଂଖ୍ୟକ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇ ଗୁରୁ ଦିବସ ପାଳନ କରିଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ବିଭିନ୍ନ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରିଥିଲେ। ଗୁରୁଙ୍କୁ ସମାଜର ମାର୍ଗଦର୍ଶକ ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଜୀବନକୁ ଜ୍ଞାନର ଆଲୋକରେ ଆଲୋକିତ କରିବା ସହ ଚରିତ୍ର ଗଠନ ଓ ଭବିଷ୍ୟତ ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ।
ଶିକ୍ଷକମାନେ କେବଳ ପାଠପଢ଼ାରେ ସୀମିତ ନରହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ନୈତିକତା ଓ ଦାୟିତ୍ୱବୋଧ ବିକାଶ କରିବା ଦିଗରେ ଗୁରୁତ୍ୱ ଦେବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ନିମାପଡ଼ା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଖୁବ୍ଶୀଘ୍ର ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଶିକ୍ଷକ ପଦବୀ ପୂରଣ ହେଲେ ବିଦ୍ୟାଳୟଗୁଡ଼ିକର ଶିକ୍ଷାଦାନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଗୁରୁଙ୍କ ପ୍ରତି ସମ୍ମାନ, ଶିକ୍ଷାର ଗୁଣବତ୍ତା ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ସଂକଳ୍ପ ସହ ‘ପୂଜ୍ୟ ପୂଜା ସମାରୋହ-୨୦୨୬’ ସମାପ୍ତ ହୋଇଥିଲା।
















Leave a Reply