ନିମାପଡ଼ାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ନିମାପଡ଼ା, ୫/୯: ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସରକାରୀ ସୁବିଧା ଓ ସଶକ୍ତିକରଣର ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ନିମାପଡ଼ାରେ ଅନୁଷ୍ଠିତ ହୋଇଛି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର।
ନିମାପଡ଼ା ବ୍ଲକ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ନିମାପଡ଼ା ପୁରୁଣା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଶିବିରରେ ୧୮୭ ଜଣ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇଥିଲେ। ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଶିବିରରେ ଅସ୍ଥିଶଲ୍ୟ ବିଭାଗରେ ୮୩ ଜଣ, ମାନସିକ ଅକ୍ଷମତା ବିଭାଗରେ ୨୮ ଜଣ, ଚକ୍ଷୁ ବିଭାଗରେ ୧୨ ଜଣ, ଶ୍ରବଣ ବାଧିତ ବିଭାଗରେ ୩୦ ଜଣ, ସ୍ନାୟୁ ରୋଗ ବିଭାଗରେ ୩୦ ଜଣ ଏବଂ ଶିଶୁରୋଗ ବିଭାଗରେ ୪ ଜଣ ପରୀକ୍ଷା କରାଇଥିଲେ।
ଏହି ଅବସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଉପାଧ୍ୟକ୍ଷା ଅନୁସୟା ମହାନ୍ତି, ସାଂସଦଙ୍କ ନିମାପଡ଼ା ବ୍ଲକ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା, ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ଅର୍ଗାନାଇଜେସନ ର ସମ୍ପାଦକ ଗଗନ ବିହାରୀ ଦାସ, କୋଷାଧ୍ୟକ୍ଷ ପଦ୍ମଲୋଚନ ମହାନ୍ତିଙ୍କ ସମେତ ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ପିଙ୍ଗଳାକ୍ଷୀ ୱେଲଫେୟାର ଅର୍ଗାନାଇଜେସନ ପକ୍ଷରୁ ଶିବିରର ପରିଚାଳନା କରାଯାଇଥିଲା। ଏଭଳି ଶିବିର ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସରକାରୀ ସହାୟତା ଓ ଅଧିକାର ପାଇବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।
ରିପୋର୍ଟ: Bibhuti TV
















Leave a Reply