ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଜଗତସିଂହପୁର ରେ ଜନ୍ମାଷ୍ଟମୀ ଉତ୍ସବ।

ଜଗତସିଂହପୁର ସହରର ପ୍ରମୁଖ ଶିକ୍ଷାନୁଷ୍ଠାନ ରାୟଲ କିଡ୍ସ ଇଂଲିଶ ମିଡିୟମ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇ ଯାଇଅଛି। ଏହି ଅବସରରେ କୁନି କୁନି ପିଲାମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଶ୍ଳୋକ, ନୃତ୍ୟ ପ୍ରଦର୍ଶନ କରିବା ସହିତ ରାଧାକୃଷ୍ଣ ଆଧାରିତ ଅଭିନୟ ମଧ୍ୟ କରିଥିଲେ। କୃଷ୍ଣଙ୍କ ଲବଣ ଚୋରୀ ତଥା ଦଧିହାଣ୍ଡି ଭଙ୍ଗା ଏବଂ ରାଧାଙ୍କ ଦୋଳିରେ ଝୁଲିବା ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ରାୟାଲ କିଡ୍ସ ଇଂଲିଶ ମିଡିୟମ ସ୍କୁଲର ଅଧ୍ୟକ୍ଷା ଅନିତା ଦାଶ୍, ଶିକ୍ଷୟତ୍ରୀ ସୌମ୍ୟଶ୍ରୀ ପଟ୍ଟନାୟକ, ମନୋରମା ରାଉତ, ଦମୟନ୍ତି ଜେନା, ବୀଣାପାଣି ଆଚାର୍ଯ୍ୟ, ମଧୁସ୍ମିତା ପଣ୍ଡା, ଶୁଭ୍ର ସ୍ୱରୂପା ରାଉତ ଏବଂ କେୟାର ଟେକର ଛବିଲତା ବେହେରା ପ୍ରମୁଖ ପରିଚାଳନା କରିଥିଲେ। ତେବେ ଆଧୁନିକତାର ସ୍ପର୍ଶରେ ସଂସ୍କୃତି ଏବଂ ପରମ୍ପରା କୁ ଯେଭଳି ଭାବେ ପିଲାମାନେ ଭୁଲି ଯାଉଛନ୍ତି, ସେହି ଐତିହ୍ୟ ଏବଂ ପରମ୍ପରା କୁ ଉଦଯିବିତ କରି ରଖିବା ପାଇଁ ଏହି ପ୍ରୟାସ ବୋଲି କହିଛନ୍ତି ବିଦ୍ୟାଳୟ ର ଅଧ୍ୟକ୍ଷା ଏବଂ ଛାତ୍ରଛାତ୍ରୀ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *