ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ା LIC ଶାଖାରେ ୭୦ତମ ବୀମା ସପ୍ତାହ ପାଳିତ

ନିମାପଡ଼ା: ଭାରତୀୟ ଜୀବନ ବୀମା ନିଗମ (LIC) ନିମାପଡ଼ା ଶାଖା ପକ୍ଷରୁ ୭୦ତମ ବୀମା ସପ୍ତାହ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ବରିଷ୍ଠ ଶାଖା ପରିଚାଳକ ଶ୍ରୀ ତପନ କୁମାର ଦାଶ ଜୀବନ ବୀମାର ଆବଶ୍ୟକତା, ପରିବାରର ଆର୍ଥିକ ସୁରକ୍ଷା ଏବଂ ଦେଶ ଗଠନରେ LICର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।
ଜୀବନର ଅନିଶ୍ଚିତତା ମଧ୍ୟରେ ବୀମା ପରିବାରକୁ ଆର୍ଥିକ ସୁରକ୍ଷା ଦେବା ସହ ଭବିଷ୍ୟତର ଆର୍ଥିକ ଯୋଜନାକୁ ସୁଦୃଢ଼ କରିଥାଏ ବୋଲି ସେ କହିଥିଲେ। ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱ ପ୍ରତି LICର ପ୍ରତିବଦ୍ଧତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।
ବୀମା ସପ୍ତାହ ପାଳନର ଅଂଶ ଭାବେ ‘ପ୍ଲାଣ୍ଟ ଏ ଲାଇଫ୍’ କାର୍ଯ୍ୟକ୍ରମରେ ଡିଏଭି ପବ୍ଲିକ ସ୍କୁଲ, ନିମାପଡ଼ା ଓ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜକିଶୋର ଦାଶ, ଅଧ୍ୟାପକ ଡ. ରବୀନ୍ଦ୍ରନାଥ ପାଢ଼ୀ ଓ ଡିଏଭି ନିମାପଡ଼ାର ଅଧ୍ୟକ୍ଷ ଶ୍ରୀ ଏମ୍.ଏମ୍. ହକ୍ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଦୁଇ ଶାଖା ପରିଚାଳକ ଶ୍ରୀ ପ୍ରମୋଦ କୁମାର ମହାନ୍ତି ଓ ଶ୍ରୀ ଗଙ୍ଗାଧର ପାତ୍ର, ଲିଆଫି ସଭାପତି ଶ୍ରୀ ବସନ୍ତ ପାତ୍ର, ଏନଏଫଆଇଏଫଡବ୍ଲ୍ୟୁଆଇ ସମ୍ପାଦକ ଶ୍ରୀ ପ୍ରଜ୍ଞାବୀତ ଷଡ଼ଙ୍ଗୀ, ଏଆଇଆଇଇଏ ସଭାପତି ଶ୍ରୀ ଅକ୍ଷୟ କୁମାର ଶତପଥୀଙ୍କ ସମେତ LICର ଅଧିକାରୀ, କର୍ମଚାରୀ ଓ ଅଭିକର୍ତ୍ତାମାନେ ଯୋଗଦେଇଥିଲେ।
ବୀମା ସଚେତନତା ସୃଷ୍ଟି ସହ ପରିବେଶ ସୁରକ୍ଷାର ବାର୍ତ୍ତା ସମାଜରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *