ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ଉପଲକ୍ଷେ ମେଜର ଧ୍ୟାନଚାନ୍ଦ ଙ୍କୁ ଶ୍ରଦ୍ଧାଞ୍ଜଳି

ଜଗତସିଂହପୁର, ତା ୨୮.୦୮.୨୬ ରିଖ
ଜଗତସିଂହପୁର ଜିଲ୍ଲାରେ ମହାନ ହକି ଖେଳାଳି ତଥା ‘ହକିର ଯାଦୁକର’ ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ଅଗଷ୍ଟ ୨୮ ରୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ମେଜର ଧ୍ୟାନଚାନ୍ଦ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଥିଲେ ଯେ ଏହି ବର୍ଷର ଜାତୀୟ କ୍ରୀଡ଼ା ଦିବସ ର ବିଷୟବସ୍ତୁ “ଖେଳିବ ଭାରତ, ଜିତିବ ଭାରତ” ଏକ ସ୍ଲୋଗାନ ନୁହେଁ ଏହା ଏକ ଆନ୍ଦୋଳନ । ଏହି କ୍ରୀଡ଼ା ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାର ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବା, ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଜିଲ୍ଲା, ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଦେବା । ମେଜର ଧ୍ୟାନଚାନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ଜଗତସିଂହପୁର ଜିଲ୍ଲାକୁ ଏକ ସୁସ୍ଥ, ସକ୍ରିୟ ଓ କ୍ରୀଡ଼ା ପ୍ରତିଭା ସମୃଦ୍ଧ ଜିଲ୍ଲା ଭାବେ ଗଢ଼ି ତୋଳିବାର ସଂକଳ୍ପ ନେବା ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାୟ ଉପସ୍ଥିତ ସମସ୍ତଙ୍କୁ ଦୈନନ୍ଦିନ ଜୀବନରେ କ୍ରୀଡ଼ା ର ଉପଯୋଗିତା ଓ ଫିଟ ରହିବାର ଶପଥ ପାଠ କରାଇଥିଲେ।

ଏହି ଅବସରରେ ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଜିଲ୍ଲା ପାଇଁ ଖ୍ୟାତି ଅର୍ଜନ କରିଥିବା କ୍ରୀଡାବିତ୍ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ସେମାନେ ତାଙ୍କ ଯାତ୍ରାର ସଫଳ କାହାଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ସେମାନଙ୍କ କ୍ରୀଡ଼ା ପ୍ରଶିକ୍ଷକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ କ୍ରୀଡାବିତ୍ ଓ ପ୍ରଶିକ୍ଷକ ମାନଙ୍କ ନାମ _ ସ୍କେଟିଂ ଖେଳାଳି ଅଭିପ୍ସା ପ୍ରିୟଦର୍ଶିନୀ, ଭାରୋତ୍ତୋଳନକାରୀ ମାନସ ନାଥ, ହ୍ୟାଣ୍ଡବଲ୍ ଖେଳାଳି ସ୍ନେହଲତା ବେହେରା , କରାଟେ ଚାମ୍ପିୟନ୍ ଦେବୀକୃପା ନାୟକ, ଭଲିବଲ୍ ଖେଳାଳି ପାୟଲ କାଣ୍ଡି, ଭଲିବଲ୍ ଖେଳାଳି ସାଥିୟା ପ୍ରଜ୍ଞା ଜେନା ଏବଂ ପ୍ରଶିକ୍ଷକ ଧର୍ମେନ୍ଦ୍ର ଦାସ ଓ ଗୋବିନ୍ଦ ଚନ୍ଦ୍ର ସାହୁ । ଏହି ଉପଲକ୍ଷେ ଆୟୋଜିତ ପାରମ୍ପରିକ ଖେଳ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଜିତିଥିବା ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ କ୍ରୀଡା କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଅବସରରେ ଦୈନନ୍ଦିନ ଜୀବନରେ ବ୍ୟବହାର ପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର କର୍ମକର୍ତ୍ତା ମାନଙ୍କୁ ପାରମ୍ପରିକ କ୍ରୀଡ଼ା ର ଉପକରଣ ମାନ ପ୍ରଦାନ କରାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଆଗାମୀ ଦୁଇଦିନ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସହ ସାଇକେଲ ରାଲି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଙ୍କ ପକ୍ଷରୁ ସୂଚନା ମିଳିଛି।ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀମତୀ ବିଶ୍ୱବିଜୟିନୀ ପଟ୍ଟନାୟକ, ଡେପୁଟି କଲେକ୍ଟର ଶ୍ରୀ ଭରତ ଚନ୍ଦ୍ର ପରିଡ଼ା, ଜିଲାସ୍ତରୀୟ ଅଧିକାରୀ, ଡେପୁଟି କଲେକ୍ଟର,ରାଜ୍ୟ ହ୍ୟାଣ୍ତବଲ ସଂଘ ସଭାପତି ବିପ୍ଳବ ଚୌଧୁରୀ, ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଦୋଳଗୋବିନ୍ଦ ଦାଶ, ଜିଲ୍ଲା ହ୍ୟାଣ୍ଡବଲ ସଂଘ ସମ୍ପାଦକ ସାରଦା ପ୍ରସାଦ ଦାସ, ଜିଲ୍ଲା ହ୍ୟାଣ୍ଡବଲ ସଂଘ ଉପ ସଭାପତି ବିଜୟ କୁମାର ରାଉତ,ପ୍ରସନ୍ନ ମହାନ୍ତି, ଜିଲ୍ଲା କ୍ରୀଡା ସଂସଦ ଯୁଗ୍ମ ସମ୍ପାଦକ,ସାଧୁ ଚରଣ ମହାନ୍ତି,ଜିଲ୍ଲାକ୍ରୀଡା ସଂସଦ ଉପସଭାପତି, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର କର୍ମକର୍ତ୍ତା, ନେହେରୁ ଯୁବ କେନ୍ଦ୍ର ର କର୍ମକର୍ତ୍ତା, ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସ୍ୱାଗତ ଭାଷଣ, ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ପରିଚାଳନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *