ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ସାମ୍ବାଦିକମାନଙ୍କ ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ ହେବ: ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ

କାକଟପୁର (BT)ଅସ୍ତରଙ୍ଗ: ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଥିବା ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। କେତେକ ବୈଷୟିକ କାରଣରୁ ଏହା ବିଳମ୍ବ ହେଉଥିଲେ ବି, ବିଧାୟକ ଭାବେ ନିଜେ ଏହାର ନେତୃତ୍ୱ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ଏବଂ ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ କରିବେ ବୋଲି ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି।
ବୁଧବାର ଦିନ କାକଟପୁରସ୍ଥିତ ଦୀପ୍ତି କଲ୍ୟାଣ ମଣ୍ଡପଠାରେ ‘କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ପୁରୀ ଜିଲ୍ଲା’ ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହି ବକ୍ତବ୍ୟ ରଖିଛନ୍ତି।
ବୈଠକର ମୁଖ୍ୟ ଆଲୋଚନା ଓ ଦାବି:
କାର୍ଯ୍ୟାଳୟ ଗୃହ: ସଂଘକୁ ସରକାରୀ ସ୍ୱୀକୃତି ମିଳିସାରିଥିଲେ ମଧ୍ୟ କାର୍ଯ୍ୟାଳୟ ପାଇଁ ଗୃହ ଖଣ୍ଡିଏ ମିଳିପାରି ନାହିଁ। ଏହି ଆବେଦନ ସରକାରଙ୍କ ବିଚାରାଧୀନ ଥିବାରୁ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ତୁରନ୍ତ ସମାଧାନ କରାଯିବ।
ସାମ୍ବାଦିକ କଲ୍ୟାଣ: ରାଜ୍ୟ ଉପସଭାପତି ଶ୍ରୀ ଦୁଃଶାସନ ନାୟକ ସାମ୍ବାଦିକଙ୍କ ବିଭିନ୍ନ ମୌଳିକ ସମସ୍ୟା ଉପସ୍ଥାପନ କରିଥିବା ବେଳେ, ରାଜ୍ୟ ସାଧାରଣ ସମ୍ପାଦକ ରାଜକିଶୋର ସ୍ୱାଇଁ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା, ପେନ୍‌ସନ୍‌ ବ୍ୟବସ୍ଥା ଏବଂ ସତ୍ୟ ଖବର ପ୍ରକାଶନର ଗୁରୁତ୍ୱ ଉପରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା:
ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ଶ୍ରୀ ଅକ୍ଷୟ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ସାଂସଦ ପ୍ରତିନିଧି ସୁଦର୍ଶନ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ମହାନ୍ତି ଏବଂ ପ୍ରଶାସକ ପ୍ରଭାତ ତରାଇ ଅତିଥି ଭାବେ ଯୋଗଦେଇ ସାମ୍ବାଦିକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ପ୍ରାୟ ୧୦୦ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ତରୀୟ, ଫୁଲତୋଡ଼ା ଓ ସିଲ୍ଡ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ସମାଜସେବୀ ଶୋଭାକାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଶରତ ସାହୁ, ସୁବାସ ସ୍ୱାଇଁ, ଜୟସେନ ପରିଡ଼ା, ବିଭୂତି ମିଶ୍ର, ସତ୍ୟଜିତ ଦାସ, ବୁଢ଼ା ବାରିକ, ଅନିଲ ପଟ୍ଟନାୟକ, ନୀରାକାର ଦଳାଇ, ସୌରଭ ପଟ୍ଟନାୟକ, ମାନସ ସାମଲ, ଅଶୋକ ପରିଡ଼ା ଓ ଆରତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସାଧାରଣ ସମ୍ପାଦକ ରାଜକିଶୋର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *