ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

କାକଟପୁରରେ ପବିତ୍ର ଈଦ୍-ମିଲାଦୁନ୍-ନବୀ ପାଳିତ: ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ସମ୍ପନ୍ନ

କାକଟପୁର (ବିଭୂତି ଟିଭି): ମହାନବୀ ହଜରତ ମହମ୍ମଦଙ୍କ ଜୟନ୍ତୀ (ଈଦ୍-ମିଲାଦୁନ୍-ନବୀ) ଅବସରରେ କାକଟପୁର ସଦର ମୋହଲ୍ଲା ମାଲୁମାତେ ଇସଲାମିଆ କମିଟି ତରଫରୁ ଏକ ଭବ୍ୟ ଏବଂ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। Drx ମିର୍ଜା ଗାଲିବ,ଇଫତେଖାର ଏବଂ ସେଖ୍ ଅସଲମଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରା ଭଣ୍ଡାଘର ଜାମା ମସଜିଦରୁ ବାହାରି ନୂଆହାଟ ଜାମା ମସଜିଦ ପର୍ଯ୍ୟନ୍ତ ଯାଇ ସଫଳତାର ସହ ଶେଷ ହୋଇଥିଲା।
ଇସଲାମିକ କାଲେଣ୍ଡର ଅନୁଯାୟୀ ଏହି ପବିତ୍ର ଦିନକୁ ‘୧୨ ରବି-ଉଲ-ଆୱାଲ’ ଭାବେ ପାଳନ କରାଯାଏ। ଏହି ଅବସରରେ ମୁସଲିମ ଭାଇ ଓ ଭଉଣୀମାନେ ମହାନବୀଙ୍କ ଉପଦେଶ ଓ ଆଦେଶକୁ ଅନୁସରଣ କରି ଉପବାସ ରଖିବା ସହ ଦାନଧର୍ମ କରିଥାନ୍ତି। ଗରିବ, ଅସହାୟ ଓ ନିଷ্পେସିତ ଲୋକଙ୍କୁ ନିଜ ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରିବାର ପରମ୍ପରା ଏହି ଦିନରେ ରହିଛି।
ଶ୍ରଦ୍ଧା, ଭଲପାଇବା, ଭାଇଚାରା ଏବଂ ଶାନ୍ତିର ବାର୍ତ୍ତା ନେଇ ବାହାରିଥିବା ଏହି ସୋଭାଯାତ୍ରାରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

ରିପୋର୍ଟ: ଏସ୍.କେ. ଆସ୍ରାଫୁଲ୍ ନୱାଜ୍ (କାକଟପୁର) | ବିଭୂତି ଟିଭି

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *