ଜଗତସିଂହପୁର(BT): ଅଢଙ୍ଗାସ୍ଥିତ ବାବା ଗୁପ୍ତେଶ୍ୱରଙ୍କ ମନ୍ଦିର ପରିସରରେ ବୋଲବମ ଯାତ୍ରୀ ଓ କାଉଁରିଆଙ୍କ ସେବା ଉଦ୍ଦେଶ୍ୟରେ ଏକ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ନିଃସ୍ୱାର୍ଥ ସେବା ସଂଗଠନ’ ପକ୍ଷରୁ ବୋଲବମ ଯାତ୍ରୀଙ୍କୁ ଚାହା ବଣ୍ଟନ କରାଯାଇଥିଲା।
ଏହି ଅବସରରେ ସ୍ୱେଚ୍ଛାସେବୀମାନେ ଯାତ୍ରୀମାନଙ୍କୁ ଚାହା ପ୍ରଦାନ କରିବା ସହିତ ସୁରକ୍ଷିତ ଭାବେ ଯାତ୍ରା କରିବା ପାଇଁ ସଚେତନ କରିଥିଲେ। ବିଶେଷକରି କାଉଁରିଆମାନଙ୍କୁ ଗଭୀର ପାଣିକୁ ନଯିବା, ନଦୀ ଓ ଜଳାଶୟ ନିକଟରେ ସତର୍କ ରହିବା ଏବଂ ଯାତ୍ରା ସମୟରେ ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା।
ସେବା କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟ ଦେବାଶିଷ ସାହୁ, ସୁଶାନ୍ତ ଭଟ୍ଟ, ରାମଚନ୍ଦ୍ର ରାଉତ, ଦେବାଶିଷ ବେହେରା, ସୁଜିତି ବେହେରା, ଚନ୍ଦ୍ରକାନ୍ତ ରାଉତରାୟ, ବୈକୁଣ୍ଠ ଜେନା, ସୁଶୀଲ କୁମାର ମହାରଣା, ସାରଦା ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ରହି ବୋଲବମ ଯାତ୍ରୀଙ୍କୁ ଚାହା ବଣ୍ଟନ କରିବା ସହ ସୁରକ୍ଷିତ ଯାତ୍ରା ପାଇଁ ସଚେତନ କରାଇଥିଲେ।
ସ୍ୱେଚ୍ଛାସେବୀମାନଙ୍କ ଏଭଳି ନିଃସ୍ୱାର୍ଥ ସେବା ଓ ସଚେତନତା କାର୍ଯ୍ୟକ୍ରମକୁ ବୋଲବମ ଯାତ୍ରୀ ଓ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି।
ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ନିଃସ୍ୱାର୍ଥ ସେବା ସଂଗଠନ’ ପକ୍ଷରୁ ବୋଲବମ ଯାତ୍ରୀଙ୍କୁ ଚାହା ବଣ୍ଟନ

















Leave a Reply