ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

୧୧ ଜିଲ୍ଲାର ସାମ୍ବାଦିକଙ୍କୁ ନେଇ ବରଗଡ଼ରେ ଡିଜିଟାଲ ମିଡ଼ିଆ ପ୍ରଶିକ୍ଷଣ ଶିବିର

ବରଗଡ଼: ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ପକ୍ଷରୁ ବରଗଡ଼ର ମିଲନ ମଣ୍ଡପଠାରେ ଏକ ଦିନିକିଆ ଡିଜିଟାଲ ମିଡ଼ିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୧ଟି ଜିଲ୍ଲାରୁ ଡିଜିଟାଲ ମିଡ଼ିଆ ପ୍ରତିନିଧି ଓ ସାମ୍ବାଦିକମାନେ ଯୋଗଦେଇଥିଲେ।
ବରଗଡ଼ ଜିଲ୍ଲା ସଭାପତି ମୁନ୍ନା ସାହୁ, ସେକ୍ରେଟାରୀ ଏମ୍. ଦୁର୍ଗାପ୍ରସାଦ ଏବଂ ରାଜ୍ୟ ସେକ୍ରେଟାରୀ ତରଣୀ ପଟେଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଓ ବରଗଡ଼ ଏସ୍‌ପି ରବୀନ୍ଦ୍ରନାଥ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ପ୍ରଶିକ୍ଷକ ଅରବିନ୍ଦ ଦାଶ ଯୋଗଦେଇ ସାମ୍ବାଦିକତାର ନୂତନ ଧାରା, ଡିଜିଟାଲ ମିଡ଼ିଆର ବିଭିନ୍ନ ଦିଗ ଓ ଆଧୁନିକ ଗଣମାଧ୍ୟମରେ ଖବର ପ୍ରସାରଣର ପ୍ରକ୍ରିୟା ସମ୍ପର୍କରେ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ବରଗଡ଼ ଏସ୍‌ପି ରବୀନ୍ଦ୍ରନାଥ ଶତପଥୀ କହିଥିଲେ ଯେ, ଡିଜିଟାଲ ମିଡ଼ିଆ ଖବର ପ୍ରସାରଣର ଏକ ଶକ୍ତିଶାଳୀ ମାଧ୍ୟମ। ତେଣୁ ଖବର ପ୍ରକାଶ ପୂର୍ବରୁ ତଥ୍ୟର ସତ୍ୟତା ଯାଞ୍ଚ, ନିରପେକ୍ଷତା ଓ ଦାୟିତ୍ୱବୋଧକୁ ପ୍ରାଥମିକତା ଦେବା ଅତ୍ୟନ୍ତ ଜରୁରୀ। ଗଣମାଧ୍ୟମ ଓ ପୁଲିସ ମଧ୍ୟରେ ସୁସମନ୍ୱୟ ରହିଲେ ସମାଜର ବିଭିନ୍ନ ସମସ୍ୟାର ସମାଧାନରେ ଉଭୟ ପକ୍ଷ ସହଯୋଗ କରିପାରିବେ ବୋଲି ସେ ମତପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ମହାସଂଘର କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟକାନ୍ତ ଖେଡୁୱାଲ ସିଂ, ରାଜ୍ୟ ସାଧାରଣ ସମ୍ପାଦକ କବିରାଜ ପାତ୍ର ଓ ରାଜ୍ୟ ସଭାପତି ମନୋଜ ଶତପଥୀଙ୍କ ସମେତ ବହୁ ଡିଜିଟାଲ ମିଡ଼ିଆ ପ୍ରତିନିଧି ଓ ସାମ୍ବାଦିକ ଉପସ୍ଥିତ ଥିଲେ।
ପ୍ରଶିକ୍ଷଣ ଶିବିରରେ ଡିଜିଟାଲ ସାମ୍ବାଦିକତା, ଖବରର ସତ୍ୟତା ଯାଞ୍ଚ, ଦାୟିତ୍ୱପୂର୍ଣ୍ଣ ଖବର ପ୍ରସାରଣ, ତଥ୍ୟ ଯାଞ୍ଚ ପ୍ରକ୍ରିୟା ଏବଂ ଆଧୁନିକ ଗଣମାଧ୍ୟମ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ବିଭୁତି TV | ପ୍ରେସ୍ ରିଲିଜ୍

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *