ସମ୍ବଲପୁର / ଜଗତସିଂହପୁର :(BT) ଦେଶକୁ ସ୍ୱାଧୀନତା ଦେବାରେ ଜଗତସିଂହପୁର ଜିଲ୍ଲାର ଅବଦାନ ଅତୁଳନୀୟ। ୮୦ ତମ ସ୍ୱାଧୀନତା ଦିବସ ଅବସରରେ ସମ୍ବଲପୁର ର ଗୋଶାଳା ନିକଟରେ ରେ ଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରିସରରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ମାଟିର ସିନ୍ଧୋଲ ଗ୍ରାମର ଗର୍ବ ଗୌରବ ତଥା। ବାଲିକୁଦା ର ଗାନ୍ଧୀ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବିଶ୍ଵନାଥ ଓ ସ୍ଥାନୀୟ ଚାଟ୍ରା ଗାଁର ମା ସାରଳା ଦେବୀ ଙ୍କ ପରିବାର କୁ ସମ୍ବର୍ଦ୍ଧିତ କରାଯାଇଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ବିଶ୍ୱନାଥ ଦାସଙ୍କ ତ୍ୟାଗ ଓ ବଳିଦାନ, ତାଙ୍କର ଦେଶ ମାତୃକାର ସେବା କୁ ସମ୍ମାନ ଜଣାଇବା ସ୍ୱରୂପ ତାଙ୍କ ଆବର୍ତ୍ତମାନ ରେ ତାଙ୍କର ଦାୟଦ ଭାବରେ ତାଙ୍କ ପୁଅ ନରେନ୍ଦ୍ର କୁମାର ଦାସଙ୍କୁ ଏହି ଭବ୍ୟ ଉତ୍ସବ ରେ ବିଶ୍ବନାଥ ଦାସଙ୍କ ଉଦ୍ଦେଶ୍ୟରେ ମରୋଣତ୍ତ୍ ର ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଛି।।
ଏହି ଭବ୍ୟ ଉତ୍ସବରେ ବିଶ୍ବନାଥ ଦାସଙ୍କ ଜୀବନ ଗାରିମା ଉପରେ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଶ୍ୟାମ ସୁନ୍ଦର ପଟ୍ଟନାୟକ ଆଲୋକପାତ କରିବା ସହ ତାଙ୍କ ୧୦୬ ବର୍ଷ ଜୀବନ କୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହେଁ ସେ ଥିଲେ ବାଲିକୁଦାର ଗାନ୍ଧୀ ତାଙ୍କର ସମ୍ପୂର୍ଣ୍ଣ ଦେଶ ସେବା ନିଷ୍ଟା ଦେଶ ପ୍ରେମରେ କଟିଥିଲା ଏବଂ ତାଙ୍କର କଷ୍ଟଲବ୍ଧ ସଂଗ୍ରାମ ଏବଂ ବ୍ରିଟିଶ ବିରୋଧୀ ସଭାପାଇଁ ଭାରତ ଛାଡ଼ ଆନ୍ଦୋଳନରେ ବାରମ୍ବାର ଜେଲ୍ ଯାଇଥିବା ଏହି ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କୁ ଆମେ ଆଜି ଭଳି ଦିନରେ ସମ୍ବର୍ଦ୍ଧିତ କରିବା ଆମ ଅନୁଷ୍ଠାନ ପାଇଁ ଏକ ଗର୍ବ ର ବିଷୟ ।ଆମର ସୌଭାଗ୍ୟ ତାଙ୍କର ଦାୟଦ ତାଙ୍କର ପୁଅ ନରେନ୍ଦ୍ର କୁମାର ଦାସ ତାଙ୍କ ନାତି ଶୈଳେନ୍ଦ୍ର କୁମାର ଦାସଙ୍କୁ ଆଜି ଭଳି ଦିନରେ ଆମ ଗହଣରେ ଉପସ୍ଥିତ ହୋଇ ଥିବାରୁ ଆମେ ତାଙ୍କ ମାଧ୍ୟମରେ ଏହି ମହାନ୍ ସଂଗ୍ରାମୀଙ୍କୁ ସ୍ମୃତି କୁ ସମ୍ମାନ କରିବା ସ୍ୱରୂପ ଆମ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ମରୋଣତ୍ତ୍ରର ସମ୍ମାନ ରେ ସମ୍ମାନିତ କରିବା ଆମ ପାଇଁ ଗର୍ବର ବିଷୟ।ଏହି ଭବ୍ୟ ଉତ୍ସବ ରେ ଵୀର ସହିଦ ବାଜି ରାଉତ ଏବଂ ସରଳା ଦେବୀଙ୍କ ଦେଶ ସ୍ୱାଧୀନତା ପାଇଁ ଯେଉଁ ତ୍ୟାଗ ଓ ବଳିଦାନ ଆଜି ସାରା ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇ ପାରିଛି। ଆଜି ସେହି ବୀର ସହୀଦ ତଥା ମହିୟସୀ ମହିଳା ଙ୍କ ଦାୟଦଙ୍କୁ ମଧ୍ୟ ସମ୍ମାନିତ କରି ଓଡିଶା ରାଜ୍ୟ ମୂକ୍ତ ବିଶ୍ୱବିଦ୍ୟାଳୟ ପୂଜ୍ୟପୂଜାକୁ ସମ୍ମାନ ଜଣାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟର ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ଧନ୍ୟବାଦ୍ ଜ୍ଞାପନ କରିଥିଲେ।
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବିଶ୍ୱନାଥ ଦାସ ଓ ମା’ ସାରଳା ଦେବୀଙ୍କ ପରିବାରକୁ ମରଣୋତ୍ତର ସମ୍ବର୍ଦ୍ଧନା

















Leave a Reply