ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଆକ୍ସନ ମୁଡ୍ ରେ ଅବକାରୀ ବିଭାଗ।୫୨ ଗ୍ରାମର ହେରୋଇନ ସହ ଯୁବକ ଗିରଫ।

 ଜଗତସିଂହପୁର (BT) ଜଗତସିଂହପୁର ଥାନା ଅନ୍ତର୍ଗତ ମାଧପୁର ଅଞ୍ଚଳର ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଯାଞ୍ଚ ପରେ ତାଙ୍କ ପାଖରୁ ୫୨ ଗ୍ରାମର ହେରୋଇନ୍, ଏକ ଆଣ୍ଡ୍ରଏଡ ଫୋନ ଏବଂ ଏକ ପଲସର ଗାଡି ଜବତ କରାଯାଇଛି। ସୂଚନାଯୋଗ୍ଯ ଯେ ମାଧପୁର ଗ୍ରାମର ଖାରବେଳ ଦିଗବିଜୟ ପାତ୍ର ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ବେଳେ ତାକୁ ଧରିବା ପାଇଁ ଅବକାରୀ ବିଭାଗ ବହୁବାର ଜାଲ ବିଛାଇ ଥିଲା। ସବୁଥର ଭଳି ଅବକାରୀ ବିଭାଗକୁ ଚକମା ଦେଇ ଖସିଯାଉଥିବାବେଳେ ଅନେକ କସରତ୍ ପରେ ଆଜି କିନ୍ତୁ ତାଙ୍କୁ ଅବକାରୀ ବିଭାଗ କାବୁ କରିନେଇଥିଲା। ଏକ ଗୁଇନ୍ଦା ଖବର କୁ ଭିତ୍ତି କରି ଖାରବେଳ ଙ୍କ ସର୍ମ୍ପକରେ ତଥ୍ଯ ବାହାର କରିଥିଲେ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ। ଗ୍ରାହକଙ୍କୁ ବିକ୍ରି କରିବା ପାଇଁ ସେ ଆଜି ହେରୋଇନ ରଖିଥିବାର ସୂଚନା ପାଇବା ପରେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏ ଏସ୍ ଆଇ କ୍ଷୀରୋଦ କୁମାରସାହୁ, କନଷ୍ଟେବଳ ଶୁଭଶ୍ରୀ ବିଶ୍ବାଳ, ସୁକାନ୍ତ ମାଝୀ, ବିଶ୍ବରଞ୍ଜନ ସ୍ବାଇଁ, ଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା ଯାହାର ନେତୃତ୍ବ ନେଇଥିଲେ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ। ଜଗତସିଂହପୁର ପୌରାଞ୍ଚଳସ୍ଥିତ ଗାଲୁପଡା ବଜାରରେ ସେ ଗ୍ରାହକଙ୍କୁ ବିକ୍ରି କରୁଥିବା ବେଳେ ଗ୍ରାହକ ବେଶରେ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର କର୍ମଚାରୀ। ଗିରଫ ଅଭିଯୁକ୍ତ ଜଣକ ହେଲେ ଲାଲାସାହି( ମାଧପୁର ) ର ଖାରବେଳଦିଗବିଜୟ ପାତ୍ର (୩୮)। ଜବତ ହେରୋଇନ୍ ସହ ମୋଟରସାଇକେଲ ର ଆନୁମାନିକ କଳାବଜାରୀ ମୂଲ୍ଯ ପ୍ରାୟ ୬ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ପୂର୍ବ ରୁ ଅନେକ ଏନ୍ ଡି ପି ଏସ୍ ମାମଲ ମଧ୍ଯ ଅବକାରୀ ବିଭାଗରେ ଅଛି। ଜଗତସିଂହପୁର ଅଞ୍ଚଳରେ ହେରୋଇନ୍ ବ୍ୟବସାୟ କୁ ଦମନ କରିବାକୁ ସ୍ବତନ୍ତ୍ର ଅପରେସନ୍ ଚାଲିଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ଓ ସମସ୍ତ ନିଶାବେପାରୀଙ୍କୁ ଜେଲ୍ ରେ ପୁରାଇବାକୁ ଜଗତସିଂହପୁର ଅବକାରୀ ବିଭାଗ ଉଦ୍ୟମ ରତ ଥିବାର ସେ କହିଛନ୍ତି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *