ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

୭୯ତମ ସ୍ୱାଧୀନତା ଦିବସ ଡି. ଏ. ଭି.ପବ୍ଲିକ ସ୍କୁଲ ନିମାପଡାରେ ପାଳିତ ହୋଇଯାଇଛି

ନିମାପଡା- (୧୫.୦୮.୨୦୨୫ ) ଆଜି ନିମାପଡା ସ୍ଥିତ ଡି. ଏ. ଭି ପବ୍ଲିକ ସ୍କୁଲରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l  ଛାତ୍ରଛାତ୍ରୀମାନେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଙ୍କୁ ସ୍ୱାଗତ ନିମନ୍ତେ ସଂଗୀତ ଶିକ୍ଷକ ପୀତବାସ ନାୟକଙ୍କ ସହଯୋଗରେ ସ୍ୱାଗତ ସଂଗୀତ ଗାନ କରିଥିଲେ l  ମୁଖ୍ୟ ଅତିଥି ଭାବରେ ନିମାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ବାଣିଜ୍ୟ ବିଭାଗର ପ୍ରଫେସର ଡ଼କ୍ଟର ବ୍ରଜକିଶୋର ଦାଶ, ସମ୍ମାନିତ ଅତିଥି ମହେନ୍ଦ୍ର ସିଂ ଭାଟିଆ ଏବଂ ଯୋଗେନ୍ଦ୍ର ସାହୁ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି, ସମ୍ମାନିତ ଅତିଥି  ଓ ବିଦ୍ୟାଳୟର ଅଧ୍ୟକ୍ଷ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ l ମୁଖ୍ୟଅତିଥି ଛାତ୍ରଛାତ୍ରୀଙ୍କ ନିମନ୍ତେ ତାଙ୍କର ଭାବଗର୍ଭକ ଓ ଦେଶ ପ୍ରୀତିର ଅଭିଭାଷଣ ପ୍ରଦାନ କରିଥିଲେ l ଛାତ୍ରଛାତ୍ରୀଙ୍କୁ ଦେଶ ସେବାରେ ନିୟୋଜିତ ହେବା ପାଇଁ ପରାମର୍ଶ ଦେଇଛନ୍ତି l ବିଦ୍ୟାଳୟର ପ୍ରିନସିପାଲ ଏମ. ଏମ. ହକ ଛାତ୍ର ଛାତ୍ରୀଙ୍କୁ ତାଙ୍କର ଦେଶ ପ୍ରୀତି ଓଜସ୍ୱିନୀ ଅଭିଭାଷଣ ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ  ଦେଶ ପ୍ରୀତିର ବହ୍ନି ପ୍ରଜ୍ବଳିତ କରିଥିଲେ l ପି. ଟି. ସି. ସି. ର ସଦସ୍ୟମାନେ ଯୋଗ ଦେଇଥିଲେ l ବିଦ୍ୟାଳୟର ବରିଷ୍ଠ ବିଭାଗର ଅଧ୍ୟାପିକା ଶୁଭଶ୍ରୀ ରାୟ  ଛାତ୍ରଛାତ୍ରୀଙ୍କ ନିମନ୍ତେ ନିଜର ଅଭିଭାଷଣ ମାଧ୍ୟମରେ ଦେଶ ମାତୃକାର ସେବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ l ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନୁ କୁମାରୀ ଚୌବେଙ୍କ ତତ୍ତ୍ଵlବଧାନରେ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ପବିତ୍ର ଜନ୍ମାଷ୍ଟମୀ ଅବସରରେ କୁନି କୁନି ଛାତ୍ର ଛାତ୍ରୀମାନେ ରାଧାକୃଷ୍ଣ ବେଶ ଧାରଣ କରି ନୃତ୍ୟ ପରିବେଷଣ କରିଥିଲେ l ବାରବାଟୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ପ୍ୟାରେଡ ପ୍ରତିଯୋଗିତାରେ ଡ଼ି. ଏ. ଭି. ପବ୍ଲିକ ସ୍କୁଲର ସ୍କାଉଟ ଛାତ୍ର ଛାତ୍ରୀ ଦ୍ଵିତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ଟ୍ରଫି ଓ ମାନପତ୍ର ଗ୍ରହଣ କରିଛନ୍ତି l  ବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ କୃତିତ୍ୱ ପାଇଁ ପ୍ରଶଂସା କରିଥିଲେ l ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଏମ. ନସରିନ ଧନ୍ୟବାଦ ଅର୍ପଣ କରିଥିଲେ l ଛାତ୍ରଛାତ୍ରୀଙ୍କୁ ମୁଷ୍ଠାନ୍ନ ବଣ୍ଟନ କରାଯାଇଥିଲା l

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *