ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ସ୍କୁଲରୁ ହଟିବ ପଛ ଧାଡ଼ି ବ୍ୟବସ୍ଥା

ସ୍କୁଲରେ ପିଲା ପଛରେ ବସୁଥିବାରୁ ପାଠ ଭଲରେ ବୁଝି ପାରୁ ନ ଥିବା ନେଇ ଯେଉଁ ଅଭିଯୋଗ ହୁଏ | ତାହା ବି ହେବନି କି ଶିକ୍ଷକଙ୍କ ଆଗରେ ପିଲାଏ ‘ବ୍ୟାକ୍‌ ବେଞ୍ଚର’ ନେଇ ଅଭିମାନ କରିବେନି।
କାରଣ ଏଣିକି ସ୍କୁଲରୁ ହଟିବ ପଛ ଧାଡ଼ି ବ୍ୟବସ୍ଥା। ଆଉ ପିଲାଏ ପଛକୁ ପଛ କରି ବସିବେନି। ବଦଳିବ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କର ବସିବାର ଢାଞ୍ଚା। ପୂର୍ବରୁ ପଛ ବେଞ୍ଚରେ ବସିବା ଯୋଗୁଁ ଅନେକ ସମୟରେ ଶିକ୍ଷକଙ୍କ ଉତ୍ତମ ମାର୍ଗଦର୍ଶନ ନ ପାଇ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ହେହଉଥିଲେ। ଏଣିକି କିନ୍ତୁ ସ୍କୁଲମାନଙ୍କରେ ୟୁ ଢାଞ୍ଚାରେ ଅର୍ଥାତ ଅର୍ଦ୍ଧ ବୃତ୍ତାକାର ହୋଇ ଛାତ୍ରଛାତ୍ରୀ ବସି ପାଠ ପଢିବେ। ଯାହା ଫଳରେ ଶିଷକ ଏକ ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉପରେ ଧ୍ୟାନ ଦେଇପାରିବେ।
ଆମେ କହୁଛୁ କେରଳ ସରକାରୀ ବ୍ୟବସ୍ଥା କଥା। କେରଳରେ ଏଣିକି ସବୁ ସ୍କୁଲରେ ପିଲା ଏମିତି ‘ଠ’ ଆକାରରେ ବସିବେ। ରିଲରୁ ରିଅଲ ହେବ ଘଟଣା। ଏକ ଫିଲ୍ମର କାହାଣୀ ସ୍କୁଲରେ ପାଟପଢା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ପ୍ରେରଣା ଦେଇଛି। ଭିନେଶ ବିଶ୍ୱନାଥଙ୍କ ପ୍ରଥମ ନିର୍ଦ୍ଦେଶିତ ମାଲାୟାଲାମ ଫିଲ୍ମ ‘ସ୍ଥାନାର୍ଥୀ ଶ୍ରୀକୁଟାନ’ ଦେଖିବା ପରେ କେରଳର ସ୍କୁଲ ଗୁଡ଼ିକ ଏଭଳି ଅନୁପ୍ରାଣିତ ହୋଇଛନ୍ତି। ଏହି ଚଳଚ୍ଚିତ୍ର ଦ୍ୱାରା ଅନୁପ୍ରାଣିତ ହୋଇ କେରଳ ସରକାର ପ୍ରାଥମିକ ପର୍ଯ୍ୟାୟରେ ୫ଟି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ବୃତ୍ତାକାର ବସାଇ ଶିକ୍ଷା ଦିଆଯାଉଥିବା ସୂଚନା ମିଳିଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *