ଏଇଭଳି ଜାର ପାଣି କିଣି ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ
ଯଦି ଆପଣ ବଜାରରେ ମିଳୁଥିବା ଏହିଭଳି ୨୦ ଲିଟେରିଆ ଜାର ପାଣି କିଣି ପିଉଥାନ୍ତି ତେବେ ସାବଧାନ ରୁହନ୍ତୁ | ଏହି ପାଣି ପିଇଲେ ଆପଣଙ୍କୁ ଡାଇରିଆ ହବାର ସମ୍ଭାବନା ରହିଛି | ରାଜ୍ୟରେ ବର୍ତମାନ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | କଟକ ସମେତ ରାଜ୍ୟର ୮ ଟି ଜିଲ୍ଲାକୁ ବ୍ୟାପି ସାରିଲାଣି ଡାଇରିଆ ମହାମାରୀ | ସାଧାରଣତଃ ଦୂଷିତ ପାଣି ପିଇବା ଦ୍ୱାରା ଡାଇରିଆ ବ୍ୟାପୁଛି ବୋଲି କହିଛି କେନ୍ଦ୍ରୀୟ ଟିମ |
ଏପରି ସ୍ଥଳରେ ସଜାଗ ରହିଛି ସ୍ୱାସ୍ଥ୍ୟ ବିଭାଗ | ଯୁଦ୍ଧ କାଳୀନ ଭିତିରେ CMC ସ୍ୱାସ୍ଥ୍ୟ ବିଭାଗ ଲଗାତାର ଚଢ଼ାଉ କରି କଟକରେ ଦୁଇଟି ପାଣି କମ୍ପାନୀ କୁ ସିଲ କରିଛି | କଟକ ମହାନଗର ନିଗମ ର ସ୍ୱାସ୍ଥ୍ୟ ବିଭାଗ, କଟକ ଶଙ୍କର ସହି ଓ ଉପର ସାହିରେ ଚଢ଼ାଉ କରି ଦୁଇଟି ପାଣି କମ୍ପାନୀକୁ ସିଲ କରିଛି |
ପାଣିକୁ ବିଶୁଦ୍ଧ ନକରି ୨୦ ଲିଟେରିଆ ଜାରରେ ବଜାରରେ ବିକ୍ରି କରୁଥିବା ଅଭିଯୋଗ ପରେ ତତ୍ପର ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭାଗ | ଗତକାଲି CMC ର ସ୍ୱାସ୍ଥ୍ୟ ଅଧିକାରୀ ଡ଼.ସତ୍ୟବ୍ରତ ମହାପାତ୍ର ଏବଂ ତାଙ୍କ ଟିମ ର କର୍ମକର୍ତା ମାନେ ଚଢ଼ାଉ କରି ଦୁଇଟିଯାକ ପାଣି କମ୍ପାନୀକୁ ସିଲ କରିଛନ୍ତି
ସାବଧାନ ! ୨୦ ଲିଟେରିଆ ଜାର ପାଣି କିଣି ପିଉଛନ୍ତି କି ?

















Leave a Reply