ସାଧାରଣ ଲୋକଙ୍କ ସମସ୍ୟା ଶୁଣି ତାର ସ୍ଥାୟୀ ସମାଧାନ କରିବା ପାଇଁ ଆଜି ନିମାପଡ଼ା ଟାଉନ ହଲ ଠାରେ ପ୍ରଥମ ଥର ପାଇଁ ଅଭିଯୋଗ ପ୍ରକୋଷ୍ଠ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ନିମାପଡ଼ାର ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିମାପଡ଼ାର ବିଭିନ୍ନ ସ୍ଥାନରୁ ଆସିଥିବା ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗଗୁଡିକୁ ଶୁଣି ସେଗୁଡିକର ସମାଧାନ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି । ନିମାପଡା ଏନ.ଏ.ସି. ର ୧୧ ଟି ୱାର୍ଡର ଜନ ସାଧାରଣଙ୍କ ଠାରୁ ଲିଖିତ ଅଭିଯୋଗ ଗ୍ରହଣ କରିଥିଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ଏହି ଅଭିଯୋଗ ପ୍ରକୋଷ୍ଠ ଶିବିରରେ ନିମାପଡାର ତହସିଲଦାର ମନୋଜ ପ୍ରଧାନ ଏବଂ ମଣ୍ଡଳ ଉନ୍ନୟନ ଅଧିକାରୀ ଡ଼ଃ. ଅଭିଜିତ ଷଡ଼ଙ୍ଗୀଙ୍କ ସମେତ ଏନ.ଏ.ସି ଅଧ୍ୟକ୍ଷ ସସ୍ମିତା ସାହୁ, ଉପାଧ୍ୟକ୍ଷ ସନ୍ତୋଷ ଦାଶ, ସାସଂଦ ପ୍ରତିନିଧି ମୀନଲତା ମହାନ୍ତି, କାଉନସିଲର ନିରଞ୍ଜନ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାସ, ସହକାରୀ ଯନ୍ତ୍ରୀ, ବିଜୟ ଗ୍ରହାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ।
ଲୋକଙ୍କ ସମସ୍ୟା ଶୁଣିଲେ ଲୋକଙ୍କ ସରକାର

















Leave a Reply