ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଲିଟିଲ ଷ୍ଟାର ଗ୍ରୁପ ର ପ୍ରତିଷ୍ଠା ଦିବସ ଓ ରଜ ଉତ୍ସବ ସାହିତ୍ୟ ଆସର

ନିମାପଡା-ନିମାପଡା ର ଅଗ୍ରଣୀ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର ସହଯୋଗ ରେ ରଜ ଉତ୍ସବ ସାହିତ୍ୟ ଆସର ଆଜି ସ୍ଥାନୀୟ ବାବା କପିଳେଶ୍ୱର ଦେବଙ୍କ ପିଠ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଲିଟିଲ ଷ୍ଟାର ଗ୍ରୁପ ତଥା ‘ମୋ ଆଶା’ ସାହିତ୍ୟ ପତ୍ରିକା ର ସମ୍ପାଦକ ସୁମନ୍ତ ମହାରଣା ଙ୍କ ସଂଯୋଜନା ରେ ପିଲାମାନେ ଗପ କବିତା ଆବୃତ୍ତି କରିବା ସହ ରଜ ଓ ରଥଯାତ୍ରା କୁ ବିଭିନ୍ନ ଚିତ୍ର ଆଙ୍କି ଥିଲେ। ପରେ ଆୟୋଜିତ ସମାରୋହ ରେ ବିଶିଷ୍ଟ ଶିକ୍ଷାବିତ ପ୍ରଣବ ସ୍ୱାଇଁ,ନିର୍ଝରିଣୀ ନାୟକ, ସମାଜସେବୀ କୃଷ୍ଣ ଚନ୍ଦ୍ର ନାୟକ,ପ୍ରକାଶ ଚନ୍ଦ୍ର ଖଟୋଇ,କବି କାଳିକିଙ୍କର,ଶିକ୍ଷକ ନିର୍ମଳ ମିଶ୍ର ବସନ୍ତ ସ୍ୱାଇଁ,ସଞ୍ଜୁକ୍ତା ମହାନ୍ତି,ଫାର୍ମାସିଷ୍ଟ ଆଇ. ତ୍ରିନାଥ ପାତ୍ର ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଡ଼.ମନୋରଞ୍ଜନ ମହାପାତ୍ର, ସାମ୍ବାଦିକା ଶତରୁପା ସାମନ୍ତରାୟ,ଶିକ୍ଷୟିତ୍ରୀ ନିବେଦିତା ପଣ୍ଡା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଗଳ୍ପ କବିତା ପାଠ ଓ ଚିତ୍ରାଙ୍କନ ର କୃତି ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ କୁ ଗ୍ରୁପ ପକ୍ଷରୁ ଅଜୟ ମିଶ୍ର,ସୁନନ୍ଦ ରାଉତରାୟ, ଧର୍ମପଦ ଦାସ, ଶାରଦା ପ୍ରସନ୍ନ ବେହେରା,ନିରଞ୍ଜନ ସାହୁ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ. କାର୍ଯ୍ୟକ୍ରମ ରେ ବହୁ ଛାତ୍ର ଛାତ୍ରୀ ଙ୍କ ସମେତ ସାହିତ୍ୟ ଅନୁରାଗୀ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *