ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଭାଣପୁର ଗ୍ରାମରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ।

ଗଡ଼ପଦନପୁର, 6 ଜୁନ: ବିଶ୍ୱ ପରିବେଶ ଦିବସ ଅବସରରେ ଗତକାଲି ନିମାପଡ଼ା ବ୍ଲକ ର ଗଡ଼ପଦନପୁର ଗ୍ରାମପଂଚାୟତ ର ଭାଣପୁର ଗ୍ରାମରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ରାକେଶ ବାରିକ, ଶିକ୍ଷକ ପ୍ରବୋଧ ମିଶ୍ର, ମିହିର ମିଶ୍ର, ସୁଦୀପ୍ତ ମହାନ୍ତି, ଗ୍ରାମର ସ୍ବେଛାସେବୀ ସଂସ୍ଥା ସଂକଳ୍ପ ଯୁବ ପରିଷଦ ର ସଦସ୍ୟ ସୁଶାନ୍ତ ପଣ୍ଡା, ସରୋଜ ଦାଶ, ସଂଗ୍ରାମ ପରିଡା, ରାକେଶ ସାହୁ ପ୍ରମୁଖ ଯୋଗ ଦେଇ ପରିବେଶ ର ଯତ୍ନନେବା ପ୍ରତି ଲୋକମାନଙ୍କର ସଚେତନତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ସଚେତନତା ରାଲି ରୁ ଯାହାକି ଗ୍ରାମ ପରିକ୍ରମା କରିଥିଲା l ପରେ ଗ୍ରାମ ପ୍ରାନ୍ତର ରେ ଥିବା ଖାଲି ସ୍ଥାନରେ ବୃକ୍ଷରୋପଣ କରାଯାଇ ପ୍ଲାଷ୍ଟିକ ଜାଲି ଦ୍ୱାରା ଆବଦ୍ଧ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ କୁଇଜ, ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ପରିବେଶ ସଂରକ୍ଷଣ ବିଷୟରେ ନିଜ ମତ ଓ ସୃଜନଶୀଳତା ଦେଖାଇଥିଲେ। ଶେଷରେ ଶିକ୍ଷକ ଶ୍ରୀଯୁକ୍ତ ପ୍ରବୋଧ ମିଶ୍ର ଉପଦେଶ ଦେଇ ପରିବେଶ ପ୍ରତି ସଚେତନ ଓ ଦାୟିତ୍ୱଶୀଳ ହେବାକୁ ଆହ୍ୱାନ କଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ପ୍ରତି ଗଭୀର ଭାବେ ଆଗ୍ରହ ଓ ଦାୟିତ୍ୱ ବୃଦ୍ଧି ପାଇଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *