ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ବାୟୁ ମଣ୍ଡଳରେ ଅହେତୁକ ଅଙ୍ଗାରକାମ୍ଳ ର ବୃଦ୍ଧି ଯୋଗୁ ଫସଲର ପୁଷ୍ଟିକର ଗୁଣବତ୍ତା ହ୍ରାସ

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ଉଚ୍ଚ ସ୍ତର ଏବଂ ବର୍ଦ୍ଧିତ ତାପମାତ୍ରାର ମିଶ୍ରିତ ପ୍ରଭାବ ରେ ଫସଲର ପୁଷ୍ଟିକର ଗୁଣବତ୍ତା ହ୍ରାସ ।ଏହା ଏକ ନୂତନ ଗବେଷଣାରୁ ଏଭଳି ତଥ୍ୟ ଜଣାପଡ଼ିଛି।
ଏହି ପରିବେଶଗତ ପରିବର୍ତ୍ତନ ଆଲୋକ ସଂଶ୍ଳେଷଣ ଓ ବୃଦ୍ଧି ହାର ଠାରୁ ଆରମ୍ଭ କରି ଫସଲରେ ପୁଷ୍ଟିକର ସଂଶ୍ଳେଷଣ ଓ ସଂରକ୍ଷଣ ପର୍ଯ୍ୟନ୍ତ ସବୁକିଛିକୁ ପ୍ରଭାବିତ କରିପାରେ ବୋଲି ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି। ଏ ନେଇ ସ୍ପଷ୍ଟ କରିଛନ୍ତି ୟୁନାଇଟେଡ୍‌ କିଙ୍ଗଡମ୍ ଲିଭରପୁଲ୍‌ ଜନ୍‌ ମୁର୍ସ ବିଶ୍ୱବିଦ୍ୟାଳୟର ଗବେଷିକା ଜିଆତା ଉଗୱା ଏକେଲେ।
ଆହୁରି ମଧ୍ୟ ସେ ଆଶଙ୍କା କରିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଉଦ୍ଭିଦମାନଙ୍କ ପାଇଁ ବିନାଶକାରୀ ଓ ଅପରିବର୍ତ୍ତନୀୟ ପରିଣାମ ଆଣିପାରେ। ଉଦ୍ଭିଦଗୁଡ଼ିକ ପର୍ଯ୍ୟାବରଣ ପ୍ରଣାଳୀର ପ୍ରାଥମିକ ଉତ୍ପାଦକ ଭାବରେ ଆମର ଖାଦ୍ୟ ଶୃଙ୍ଖଳାର ମୂଳଦୁଆ ହୋଇଥିବାରୁ ଏହି ପ୍ରଭାବକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଜିଆତାଙ୍କ ଗବେଷଣା ପ୍ରକଳ୍ପର ପ୍ରାରମ୍ଭିକ ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ, ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳର ଉଚ୍ଚ ସ୍ତର ଫସଲକୁ ବଡ଼ କରିବାରେ ସାହାଯ୍ୟ କରିପାରେ। କିନ୍ତୁ ତାହା ସ୍ୱାସ୍ଥ୍ୟକର ନୁହେଁ। କାରଣ କିଛି ସମୟ ପରେ ଫସଲଗୁଡ଼ିକରେ କ୍ୟାଲସିୟମ୍‌ ଓ ଆଣ୍ଟିଅକ୍ସିଡାଣ୍ଟ ପରି ପ୍ରମୁଖ ଖଣିଜ ପଦାର୍ଥ ହ୍ରାସ ପାଉଥିବା ଜଣାପଡ଼ିଛି। ଏହା ପୁଷ୍ଟିକର ଅସନ୍ତୁଳନ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ।
ଅନେକ ଫସଲରେ ସର୍କରାର ସାନ୍ଦ୍ରତାକୁ ଅଙ୍ଗାରକାମ୍ଳ ସ୍ତର ବଢ଼ାଇ ଅତ୍ୟାବଶ୍ୟକ ପ୍ରୋଟିନ୍‌, ଖଣିଜ ପଦାର୍ଥ ଓ ଆଣ୍ଟିଅକ୍ସିଡାଣ୍ଟକୁ କ୍ଷୀଣ କରିବାର ଆଶଙ୍କା ସୃଷ୍ଟି କରିଛି।
ବିଶେଷକରି ଫଳ ଓ ପନିପରିବାରେ ସର୍କରା ପରିମାଣ ବୃଦ୍ଧି ପାଇବା ଫଳରେ ମେଦବହୁଳତା ଓ ଟାଇପ୍‌ ୨ ମଧୁମେହ ହେବାର ଆଶଙ୍କା ଅଧିକ ରହିଛି। ପୁଷ୍ଟିକର ଉପାଦାନ କମ୍‌ ଥିବା ଫସଲ ଗୁରୁତ୍ୱପୂର୍ଣ୍ଣ ପ୍ରୋଟିନ୍‌ ଓ ଭିଟାମିନ୍ର ଅଭାବ ସୃଷ୍ଟି କରିପାରେ, ଯାହା ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ କ୍ଷତି ପହଞ୍ଚାଇ ସ୍ୱାସ୍ଥ୍ୟର ସ୍ଥିତାବସ୍ଥାକୁ କ୍ଷତିର ସମ୍ମୁଖୀନ କରାଇପାରେ ବୋଲି ଗବେଷଣାରୁ ଜଣାପଡ଼ିଛି। ଏଠି ପାଇଁ ଆପଣ ମାନଙ୍କୁ ଅନୁରୋଧ ଯେ ନିଜେବଞ୍ଚିବା ଓ ପୃଥିବୀକୁ ବଞ୍ଚାଇବା ପାଇଁ ସମସ୍ତେ ବୃକ୍ଷ ରୋପଣ କରନ୍ତୁ |

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *