ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ବନ ମହୋତ୍ସବ ସପ୍ତାହ ଡି. ଏ ଭି ସ୍କୁଲ ରେ ପାଳିତ

ନିମାପଡା-( 5.07.25) ବନ ମହୋତ୍ସବ ସପ୍ତାହ ଜୁଲାଇ 01.7.2025 ଠାରୁ 7.7.2025 ପର୍ଯ୍ୟନ୍ତ ଡି. ଏ. ଭି. ପବ୍ଲିକ ସ୍କୁଲ ନିମାପଡାରେ ଛାତ୍ରଛାତ୍ରୀମାନଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟର ପ୍ରିନସିପାଲ ଏମ. ଏମ. ହକ ଙ୍କ ଦ୍ୱାରା ମହାସମାରୋହରେ ପାଳନ କରାଯାଇଛି l ଏହି ଅବସରରେ ବିଦ୍ୟାଳୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯାହା ପୋଷ୍ଟର ତିଆରି, ରଙ୍ଗୋଲି, ଇଂରାଜୀ ବକ୍ତୃତା ଆୟୋଜିତ ହୋଇଥିଲା l ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ଗୋପ ଅଂଚଳର ଜଙ୍ଗଲ ବିଭାରର ଅଧିକାରୀ ବଳଭଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣ ଏବଂ ବୃକ୍ଷର ଉପକାରିତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ବିଦ୍ୟାଳୟର ପ୍ରିନସିପାଲ ଏମ. ଏମ. ହକ ବୃକ୍ଷରୋପଣ ଦ୍ୱାରା ପୃଥିବୀ ମାତା ସବୁଜିମାରେ ପରିପୂର୍ଣ୍ଣ ହେବା ସଙ୍ଗେ ସଙ୍ଗେ ଅମ୍ଳଜାନର ଅଭାବ ରହିବ ନାହଁ ବୋଲି ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ବୃକ୍ଷରୋପଣ କଲେ ପରିବେଶ ପ୍ରଦୂଷଣ ଦୂର ହେବ ବୋଲି କହିଥିଲେ l ମୁଖ୍ୟ ଅତିଥି କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ମେଡାଲ ପ୍ରଦାନ କରି ଉତ୍ସାହିତ କରିଥିଲେ l ସର୍ବଶେଷରେ ଜଙ୍ଗଲ ବିଭାଗର ଅଧିକାରୀ ସମେତ ପ୍ରିନସିପାଲ, ଶିକ୍ଷକ- ଶିକ୍ଷୟିତ୍ରୀ ଏବଂ ସ୍କାଉଟ ଗାଇଡ଼ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ l

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *