ନିମାପଡ଼ା: ଚଳିତ ବର୍ଷ ନିଟ୍ ୟୁଜିରେ
ଅଲ୍ ଇଣ୍ଡିଆ ରାଙ୍କ୬୬୭ରେ ଆଦିତ୍ୟ ଅଂଶୁମାନ ସଫଳତା ହାସଲ କରିଛନ୍ତି
। ଯାହାପାଇଁ ବାପା ମାଆ, ବନ୍ଧୁ ପରିଜନ ନିଜକୁ ଗର୍ବିତ
ମନେ କରୁଛନ୍ତି । ଆଦିତ୍ୟ ଅଂଶୁମାନ ଙ୍କୁ ନିଜ ଗ୍ରାମ ପାଟପୁର ରେ
ତାଙ୍କ ସଫଳତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା
ଦିଆଯାଇଛି । ପୁରୀ ଜିଲ୍ଲା ନିମାପଡ଼ା
ବିଜ୍ଞାପିତ ଅଂଚଳ ପରିଷଦ ପାଟପୁର ଗ୍ରାମର ଉମାନନ୍ଦନ ରଥ ଓ ମାଆ ନର୍ମଦା ଦୀକ୍ଷିତଙ୍କ
ଏକମାତ୍ର ପୁତ୍ର ଆଦିତ୍ୟ ଅଂଶୁମାନ ରଥ ନିମାପଡ଼ା ଡ଼ିଏଭି ସ୍କୁଲରୁ ମାଟ୍ରିକ ପରୀକ୍ଷାରେ
୯୪% ଓ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଭୁବନେଶ୍ବରରୁ +୨ରେ ୯୫% ମାର୍କ ରଖି
ଉତ୍ତୀର୍ଣ ହୋଇଥିଲେ । ଚଳିତ ବର୍ଷ ନିଟ୍ ୟୁଜିରେ ଅଲ୍ ଇଣ୍ଡିଆ ରାଙ୍କ ୬୬୭ରେ ସଫଳତା
ହାସଲ କରିଛନ୍ତି । ଏହା ଜଣାପଡ଼ିବା ପରେ ଆଦିତ୍ୟ ଅଂଶୁମାନଙ୍କୁ ପରିବାର ପରିଜନ
ସାଙ୍ଗସାଥୀ ଶୁଭେଚ୍ଛା ଜଣାଇଛନ୍ତି । ନିଜ ପ୍ରତିକ୍ରିୟାରେ ଅଂଶୁମାନ
କହିଛନ୍ତି ମୋର ସଫଳତାର ଶ୍ରେୟ ବାପା, ମାଆ, ଅଜା, ଆଇ, ମାମୁଁ, ମଉସା, ଶିକ୍ଷକ ଓ
ଶିକ୍ଷୟିତ୍ରୀ ଅଟନ୍ତି । ଭଗବାନଙ୍କ ଆର୍ଶୀବାଦରୁ ମୁଁ ଏହି ସଫଳତା ପାଇ ପାରିଛି । ପିଲାଟି ଦିନରୁ
ଲକ୍ଷ୍ୟ ଥିଲା ଡ଼ାକ୍ତର ହୋଇ ଲୋକମାନଙ୍କର ସେବା କରିବି ବୋଲି ।
ନେ କରୁଛନ୍ତି । ଆଦିତ୍ୟ ଅଂଶୁମାନ ଙ୍କୁ ନିଜ ଗ୍ରାମ ପାଟପୁର ରେ

Leave a Reply