ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ତୃତୀୟ ରଜ ମହୋତ୍ସବ, ଛେନୁଅ

ନିମାପଡା/ଯୁବବିକାଶ ପରିଷଦ, ତରଫରୁ ତୃତୀୟ ରଜ ମହୋତ୍ସବ ଛେନୁଅ ଗୁଡୁ ସାହି ଠାରେ ଧୁମ ଧାମ ରେ ପାଳନ କରାଯାଇଛି। ପାରମ୍ପରିକ ରଜ ପିଠା , ନାଚ ,ଗୀତ, ବିଭିନ୍ନ ପ୍ରକାରର ଖେଳ ରେ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସମାଜ ସେବୀ ମହାସଂଘ ର ସଭାପତି ନାରାୟଣ ଚନ୍ଦ୍ର ଓଝା, ସମ୍ମାନିତ ଅତିଥିସିନେ ଅଭିନେତା ହାଡୁ ବାବୁ, ସାମ୍ବାଦିକ ତଥା ଅଭିନେତା କେଦାର ମିଶ୍ର,ଶିକ୍ଷାବିତ ପ୍ରସନ୍ନ କର, ଲୋକ ପାଇଲଟ ବାସୁଦେବ ପାତ୍ର, ଲିଟିଲ ଷ୍ଟାର ଗ୍ରୁପ ର ସମ୍ପାଦକ ସୁମନ୍ତ ମହାରଣା, ଅଧ୍ୟାପକ ହାପି ସାର, କୁଲୁ ସାର , ଦଣ୍ଡ ପାଣି ସହୂ, ସାମ୍ବାଦିକା ସ୍ୱାତି ଜେନା ସଙ୍ଗଠନ ସଭାପତି ନିରଞ୍ଜନ ସାହୁ ,ଚନ୍ଦ୍ରକାନ୍ତ ବରାଳ,ବ୍ରହ୍ମାନନ୍ଦ ସାହୁ, ଦର୍ପ ନାରାୟଣ ସାହୁ, ସଦାଶିବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସଙ୍ଗଠନ ର ଉପସଭାପତି ତଥା ଯୁବ ସାମ୍ବାଦିକ ବିକାଶ ବାରିକ ମଞ୍ଚ ପରିଚାଳନା କରିଥିଲେ। ଏଠାରେ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ବିଭିନ୍ନ କ୍ଷେତ୍ରରେ ଭଲ କାମ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *