ନିମାପଡା (22.12.25) ଆଜି ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ଚେୟାରମ୍ୟାନ ଅବସର ପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଶତପଥି, ଜେନ୍ଦ୍ରୀୟ ବିଦ୍ୟାଳୟ ପୁରୀ ଅବସର ପ୍ରାପ୍ତ ପ୍ରିନସିପାଲ ଅଶୋକ କୁମାର ମହାନ୍ତି, ଡ଼ି ଏ ଭି ପବ୍ଲିକ ସ୍କୁଲ ପୁରୀ ପ୍ରିନସିପାଲ ଜ୍ୟୋତ୍ସ୍ନା ମଙ୍ଗରାଜ, ଏବଂ ନିମାପଡା ତହସିଲଦାର ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ l ବିଦ୍ୟାଳୟର ସଂଗୀତ ଶିକ୍ଷକ ପୀତବାସ ନାୟକ ଏବଂ ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ଏବଂ ପୁଷ୍ପ ଗୁଚ୍ଛ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ l ବିଦ୍ୟାଳୟର ପ୍ରିନସିପାଲ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ l ବିଦ୍ୟାଳୟ ଚେୟାରମ୍ୟାନ ସନ୍ତୋଷ କୁମାର ଶତପଥି, ଡ଼ି ଏ ଭି ସ୍କୁଲ ପୁରୀ ପ୍ରିନସିପାଲ ଜ୍ୟୋତ୍ସ୍ନା ମଙ୍ଗରାଜ, କେନ୍ଦ୍ରୀୟ ବିଦ୍ୟାଳୟ ପୁରୀ ଅବସରପ୍ରାପ୍ତ ପ୍ରିନସିପାଲ ଅଶୋକ କୁମାର ମହାନ୍ତି, ତହସିଲଦାର ମନୋଜ କୁମାର ପ୍ରଧାନ, ସାମାଜିକ କର୍ମୀ ମହେନ୍ଦ୍ର ସିଂ ଭାଟିଆ, ଯୋଗେନ୍ଦ୍ର ସାହୁ ଓ ଡ଼ି ଏ ଭି ପବ୍ଲିକ ନିମାପଡା ପ୍ରିନସିପାଲ ଏମ. ଏମ. ହକ. ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥଲେ l ବିଦ୍ୟାଳୟର ଅଭିଭାବକ – ଶିକ୍ଷକ କମିଟିର ସଦସ୍ୟମାନେ ଅତିଥି ଭାବରେ ଯୋଗ ଦେଇଥିଲେ l ବିଦ୍ୟାଳୟର ପ୍ରିନସିପାଲ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ l ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମେଡାଲ ପ୍ରଦାନ କରିବା ସହ ଦକ୍ଷ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମେଡାଲ ଓ ସନନ୍ଦ ପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ l ମୁଖ୍ୟ ଅତିଥି ତାଙ୍କର ଓଜସ୍ୱିନୀ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ପାଠ ପଢିବା ସହ ଯେଉଁ କ୍ଷେତ୍ରରେ ଛାତ୍ରଛାତ୍ରୀ ଆଗ୍ରହୀ ସେହି ଦିଗରେ ସୁଯୋଗ ଦେବା ପାଇଁ ଅଭିଭାବକ ଓ ଅଭିଭାବିକଙ୍କୁ କହିଥିଲେ l ବିଦ୍ୟାଳୟର ପ୍ରିନସିପାଲଙ୍କ କଠିନ ପରିଶ୍ରମ ଓ ଆଗ୍ରହ ଯୋଗୁଁ ବିଦ୍ୟାଳୟର ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନାନା ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାର ଦେଖି ଚେୟାରମ୍ୟାନ ପ୍ରଶଂସା କରିଥିଲେ l ବିଦ୍ୟାଳୟର ପ୍ରିନସିପାଲ ତାଙ୍କର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଠନ କ୍ଷେତ୍ରରେ ସଫଳତା ପାଇବା ପାଇଁ ଧୈର୍ଯ୍ୟ, ପରିଶ୍ରମ ଓ ଏକାଗ୍ରତାର ଆବଶ୍ୟକ ବୋଲି କହିଥିଲେ l ଆମ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କର ବୌଦ୍ଧିକ, ନୈତିକ ଓ ଶାରୀରିକ ଉନ୍ନତି ନିମନ୍ତେ ନାନା ପ୍ରକାର ପଦକ୍ଷେପ ନିଆଯାଉଥିବାର କହିଥିଲେ l ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ଏଲ କେଜି, ୟୁ କେଜି ଠାରୁ ଆରମ୍ଭ କରି ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଯାହା ଓଡିଶୀ ନୃତ୍ୟ,ସମ୍ବଲପୁରୀ ନୃତ୍ୟ, ଭାଙ୍ଗଡ଼ା ନୃତ୍ୟ, ବଦଲତେ ମୌସମ, ବଚପନ କି ରଙ୍ଗ, ଯୋଗ ନୃତ୍ୟ, ସଙ୍ଗମ ନୃତ୍ୟ, ଆଧୁନିକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲେ l ଛାତ୍ରଛାତ୍ରୀମାନେ ହିନ୍ଦୀ ଡ୍ରାମା, ଓଡ଼ିଆ ଡ୍ରାମା, କମେଡି ଡ୍ରାମା ଓ ଇଂରାଜୀ ଡ୍ରାମା ପରିବେଷଣ କରି ଅଭିଭାବକ ଓ ଅଭିଭାବିକାଙ୍କ ମନକୁ ଆନନ୍ଦିତ କରିଥିଲେ ଲ ବିପୁଳ ପରିମାଣରେ ଅଭିଭାବକ ଓ ଅଭିଭାବିକା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବା ସହ ଅନେକ ପ୍ରଶଂସା କରିଥିଲେ l ଛାତ୍ରଛାତ୍ରୀମାନଙ୍କୁ କରତାଳି ମାଧ୍ୟମରେ ଉତ୍ସାହିତ କରିଥିଲେ l ଅଭିଜ୍ଞ ଅଧ୍ୟାପକ ଗଜାନନ ଡାକୁଆ ଅତିଥି ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସର୍ବଶେଷରେ ସମୂହ ଭାବରେ ରାଷ୍ଟ୍ର ସଂଗୀତ ଗାନ କରାଯାଇଥିଲା l
ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାରେ ବାର୍ଷିକ ଉତ୍ସବ ପାଳିତ

















Leave a Reply