ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଆପଣ ଫଳ ଖାଉଛନ୍ତି କି ? ତାହାଲେ ହେଇଜାନ୍ତୁ ସାବଧାନ

ଆପଣ ମାନେ ଭାବନ୍ତି ଯେ ଫଳ ଖାଇଲେ ଭଲ। ଦେହକୁ ସୁସ୍ଥ ରଖେ କିନ୍ତୁ ବିଭିନ୍ନ ବଜାରରେ ମିଳୁଥିବା ଫଳ ପନିପରିବାକୁ ଦୀର୍ଘଦିନ ସଚେତ ଏବଂ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ରଙ୍ଗ ଓ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି। ଯାହାକୁ ଖାଇଲେ ବିଭିନ୍ନ ସମୟରେ ଲୋକେ କିଡ୍‌ନୀ ରୋଗ, ହୃଦ୍‌ରୋଗ ସମେତ ଚର୍ମରୋଗରେ ପୀଡ଼ିତ ହେଉଛି। ଦୀର୍ଘଦିନ ଧରି ଏଭଳି ରାସାୟନିକ ମିଶା ଫଳ ଓ ପନିପରିବା ଖାଇବା ଦ୍ୱାରା ଆୟୁଷହାନୀର ଆଶଙ୍କା ମଧ୍ୟ ରହିଛି।
ଓଡ଼ିଶାରେ ଏସବୁ ପ୍ରକାର ଫଳ ଉତ୍ପାଦନ ହେଉ ନ ଥିବାରୁ ଏଥିପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ତେବେ ବାହାର ରାଜ୍ୟରୁ ଆସୁଥିବା ଫଳଗୁଡ଼ିକୁ ଦୀର୍ଘଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ବିୱାକ୍ସ, କାରାନୋବା, ସେଲାକ ଭଳି ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି।
ସେହିଭଳି ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଫଳରେ ୱାକ୍ସ କଟିଙ୍ଗ୍‌ ବା ମହମ ଦିଆଯାଉଛି। ରାସାୟନିକ ପଦାର୍ଥ ମିଶା ଫଳଗୁଡ଼ିକୁ ଜାଣିବା ପାଇଁ ସେଗୁଡ଼ିକୁ ଗରମ ପାଣିରେ ଏକ ମିନିଟ୍‌ ପର୍ଯ୍ୟନ୍ତ ପକାଇବା ପରେ ତାହା ହାତକୁ ତେଲିଆ ଲାଗବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେଣୁ ବଜାରୁ ଆଣିବା ପରେ ସେଗୁଡ଼ିକୁ ଭଲ ଭାବରେ ଧୋଇବା ସହ ଚୋପା ଛଡ଼ାଇ ଖାଇବାକୁ ସେ ପରାମର୍ଶ କରିଛନ୍ତି।
ଚାଷୀମାନେ କଦଳୀ ଓ ଆମ୍ବକୁ ଗଛରୁ ଆଗୁଆ ତୋଳି ଆଣିଥାନ୍ତି। କିନ୍ତୁ ସେଗୁଡ଼ିକ ଜଲ୍‌ଦି ପାଚାଇବା ପାଇଁ ବ୍ୟବସାୟୀମାନେ କ୍ୟାଲସିଅମ୍‌ କାର୍ବାଇଟ୍‌ ବ୍ୟବହାର କରିଥାନ୍ତି। କିନ୍ତୁ କ୍ୟାଲ୍‌ସିୟମ କାର୍ବାଇଟ୍‌ ମିଶିଥିବା ଫଳ ସ୍ୱାଦ ହ୍ରାସ ହେବା ସହ ନିୟୁଟ୍ରିସନ୍‌ କମ୍‌ ରହିଥାଏ। ଯାହାକୁ ଖାଇଲେ ସ୍ନାୟୁରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ସେହିଭଳି ପନିପରିବାକୁ ସତେଜ ରଖିବା ପାଇଁ ବ୍ୟବସାୟୀମାନେ ଫର୍ମାଲିନ୍‌ ପାଣି ସ୍ପେ କରିଥାନ୍ତି। ଯାହା ମାତ୍ର କିଛି ସମୟ ମଧ୍ୟରେ ସତେଜ ଦେଖା ଦେଇଥାଏ। ରାଜଧାନୀ ବଜାରକୁ ଆସୁଥିବା ଶୁଖିଲା ଶାଗଗୁଡ଼ିକୁ ଏଭଳି କରାଯାଇ ବଜାରରେ ବିକ୍ରି କରାଯାଇଥାଏ।
ବିଶେଷଜ୍ଞଙ୍କ କହିବାନୁଯାୟୀ ଏଭଳି ରାସାୟନିକ ପଦାର୍ଥ ବ୍ୟବହାର ଦ୍ୱାରା ପନିପରିବା ଗୁଡ଼ିକ ସତେଜ ଦେଖାଯିବା ସହ ଏଥିରେ ଜୀବାଣୁ ଲାଗି ନ ଥାନ୍ତି। ଫଳରେ ଯାହା ବହୁଦିନ ଧରି ନଷ୍ଟ ହୋଇ ନ ଥାଏ। ପୋଟଳ, ଗ୍ରୀନ୍‌ ମଟର, କଲାରାଗୁଡ଼ିକ ପାଚିବା ପରେ ମଧ୍ୟ ସବୁଜ ଦେଖାଯିବା ପାଇଁ ମାଲାଚାଇଟ୍‌ ଗ୍ରାନ୍‌ ନାମକ ରଙ୍ଗ ଦିଆଯାଏ।
ପରିବା ଆଣିବା ବେଳେ ନୀଳ ରଙ୍ଗ ମିଶା ପରିବାକୁ  ଘସିଲେ ସେଥିରୁ ରଙ୍ଗ ହାତରେ ଲାଗିଯାଇଥାଏ। ଏହି କେମିକାଲ୍‌ ମିଶିଥିବା ପନିପରିବା ଖାଇବା ପରେ ଲୋକେ ଲିଭର, କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥାନ୍ତା।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *